ମୋ ଗାଁଟି ମୋତେ ସୁନ୍ଦର ହୋଇଥାଉ ଖାଲ ଖମା ,
ଯେଉଁଠି ଥିଲେବି ତାର ପ୍ରତିଛବି ମନରୁ ଯାଏନି ଜମା I (୦୧)
ମୋ ଗାଁଟି ମୋତେ ସୁନ୍ଦର ରହିଥାଉ ଚାଳ ଝୁମ୍ପୁଡି
ତାହାରି ଭିରତୁ ବାହାରି ଆସଇ ସ୍ନେହ ମମତାର କଢି ।(୦୨)
ମୋ ଗାଁଟି ମୋତେ ସୁନ୍ଦର ନଥାନ୍ତୁ ଧନୀ ପାଠୁଆ ,
ଭାବର ଅଭାବ ନଥାଏ ସେଇଠି ସୁଖ ଦୁଃଖ ଦିଆ ନିଆ I (୦୩)
ମୋ ଗାଁଟି ମୋତେ ସୁନ୍ଦର ଘେରିଛି ଝାଡ ଜଙ୍ଗଲ ,
ତାର ସବୁଜିମା ଆମପାଇଁ ଦାନ ନହେବ କା ସଙ୍ଗେ ତୁଲ |(୦୪)
ମୋ ଗାଁଟି ମୋତେ ସୁନ୍ଦର ତାର ନଦୀ ନାଳ ପାଇଁ ,
ସେହି ନଦୀ ନାଳ ମୋ ପିଲାବେଳ ରହିଅଛି ଯୋଡିହୋଇ ।(୦୫)
ମୋ ଗାଁଟି ମୋତେ ସୁନ୍ଦର ରହିଥାଉ ମତାନ୍ତର ,
ମୋ ଗାଁ ପୂଜା , ଜାତ ସମୟ ଆସିଲେ ଏକ ମନ ସଭିଙ୍କର I (୦୬)
ମୋ ଗାଁଟି ମୋତେ ସୁନ୍ଦର ଯେହୁଁ ଦେବା ଦେବୀ ଛନ୍ତି ,
ଭଲରେ ମନ୍ଦରେ ଗ୍ରାମବାସୀ ସର୍ବେ ତାଙ୍କ କରୁଣା ଲଭନ୍ତି ।(୦୭)
ଜୀବଥିବା ଯାଏ ଭଲ ପାଉଥୁବି ଜନ୍ମ ମାଟି ମୋର ଗାଁକୁ ,
ଯେଉଁ ମାଟିରେ ଚିତା ଜଳିଲେ ଚାଲିଯିବି ସ୍ୱର୍ଗ ପୁରକୁ I
ସନ୍ତୋଷ କୁମାର ମହାପାତ୍ର
ଶିକ୍ଷକ,ମୋ -୯୪୩୮୬ ୨୮୬୧୧