କିଏ କାହା ପାଇଁ ବାଉଳା ହେଉଛି
କୁହ କୁହ ଧୀର ଗଣ,
ବଇଁଶୀ କହୁଛି ରାଧା ରାଧା ବୋଲି
କଙ୍କଣ ହେ ଶ୍ୟାମ ଘନ ।
ରାଧା ବିନା ମୁହିଁ ଅଧୁରା ଅଟଇ
କୃଷ୍ଣ ଦେଇ କହେ ରାଣ ।
କୁହ କୁହ ଧୀର ଗଣ,
କିଏ କାହା ପାଇଁ ବାଉଳା ହେଉଛି
କୁହ କୁହ ଧୀର ଗଣ ।।
ହଟିଆ ନାଗର ରାଧା କୁ ଖୋଜୁଛି
କଦମ୍ବ ମୂଳ ରେ ଯାଇ
ବଇଁଶୀ କହୁଛି ହେ ରାଧା ମାଧବ
ରାଧା ତୁମ ଆତ୍ମା ସାଇଁ ।
ଶରୀର ଠୁଁ ଆତ୍ମା ଅଲଗା ହୋଇଲେ
ଜୀବନ ରହିବ ନାହିଁ ।
ଆହେ ହଟିଆ ନାଗର, ବାଇ ହୁଅ କାହିଁ ପାଇଁ ।
ଆଉ ଚାହିଁବିନି କୃଷ୍ଣ ମୁଖ କେବେ
ବଡ଼ କପଟିଆ ସେହି
କନ୍ଦାଇ କନ୍ଦାଇ ମୋତେ ମାରୁଅଛି
ତାର ମୁହଁ କୁ ଚାହିଁବି ନାହିଁ ।
ନଭ ମଣ୍ଡଳ ରେ କଳା ମେଘ ଦେଖି
ରାଧା ହୋଇ ଯାଏ ବାଇ,
କିଏ କାହା ପାଇଁ ଭାଳି ହେଉଅଛି
ହେଜ ଟିକେ ମନ ଦେଇ
ଧୀର ଗଣେ ହେଜ ଟିକେ ମନ ଦେଇ ।।
ସିଦ୍ଧି ପ୍ରସାଦ ସାହୁ
ସମ୍ପାଦକ ପ୍ରତିବିମ୍ବ